କଳା ସାଆନ୍ତେ ହେ କି କଥା ଘଟିଲା
କଳି ର କଳୁଷ ଭାରେ,
କୋପେ କିବା କମ୍ପି କବଳ କରାଳେ
କଷଟୁଛି କାଳ ବଳେ………….. ୦.
ଅନ୍ୟାୟ ପ୍ରଖର ଧରଣୀ ବକ୍ଷରେ
ଅନୀତି ଅଜ୍ଞାନ କର୍ମ କରି,
ଅଳ୍ପାୟୁଷ କଥା ନାହିଁ ଲବେ ଚିନ୍ତା
ଅନ୍ଯାସେ ଅନ୍ୟଥା ଯୁକ୍ତି ଭରି. ୧
ଅଜଗର ଯେହ୍ନେ ଆହାର ବିହୁନେ
ଅମାନ୍ଯ ନିୟମ ଆଚରଇ,
ଆଜି ଏ ସମାଜ ଆପଣା ର ପାଇଁ
ସବୁକିଛି କରି ପାରିଥାଇ. ୨
ଦୁର୍ନୀତି, ଦୁଶ୍ଚିନ୍ତା, ଦୁସ୍କର୍ମ, ଦୁର୍ଦ୍ଦଶା
ଦୁନିଆଁ ବିହ୍ବଳ ଦିନ ରାତି,
ଦୁଃଖେ ଦୁଃଖି ଡ଼ାକେ ଦୁଆରେ ଦୁଆରେ
ଆଇନ ଆଖିରେ କଳାପଟି. ୩
ଜାତି, ରୀତି, ନୀତି, ନାହିଁ କା’ର ମତି
ଶାନ୍ତି ର ଆଶ୍ରୟ କିଏ ଦେବ,
ସଂସ୍କାର ସଂସ୍କୃତି ଲୋକ ଦେଖା କିର୍ତ୍ତୀ
ଜାଗରଣ ଲୋକ ଦେଖା ଭାବ. ୪
କୂଳ ହୀନ ହୋଇ କେ’ବା ଅଛି ରହି
କୂଳାଙ୍ଗାର ପଣ ଆଚରଣେ,
କଲା କରମ କୁ ନିଜେ ଭୋଗ କଲେ
ପଶ୍ଚାତାପ କାହିଁ ଅନୁକ୍ଷଣେ. ୫
ନୀୟମ ଗଢ଼ିଛି ନୀୟତି ନିର୍ଦ୍ଦେଶ
ନିର୍ଦ୍ଦେଶକ ଶ୍ରେଷ୍ଠ ନିରାକାର,
ନିଜର ଗରବେ ନିଜେ ନାଶଗଲେ
ଦୋଷ କିବା ଏଠି ପ୍ରକୃତିର. ୬
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ
କୋରାପୁଟ