My CMS

Menu
  • Home
  • Odisha
  • Crime
  • India
  • World
  • Rashifala
  • entertainment
  • Indian Culture
  • Business
  • Political
  • Sports
  • About

Home
Indian Culture
ଭାଗବତ କଥା –୩୭
Indian Culture

ଭାଗବତ କଥା –୩୭

jhbtvnews July 5, 2019

ଭାଗବତ କଥା –୩୭

ପରୀକ୍ଷିତ ମହାରାଜାଙ୍କୁ ଶ୍ରୀକୃଷ୍ଣଙ୍କ ଜନ୍ମ କଥା କିଏ ଶୁଣାଇ ଥିଲେ

ପରୀକ୍ଷିତ ମହାରାଜା ଶୁକଦେବଙ୍କୁ କହିଲେ,ହେ ମହାତ୍ମା, ମୁଁ ଆପଣଙ୍କ ଶ୍ରୀମୁଖରୁ ହରିକଥା ଶ୍ରବଣ କରି ଅମୃତ ପାନ କରୁଛି । ମୁଁ ଅନଶନ କରିଛି,ଜଳପାନ ମଧ୍ଯ କରିନାହିଁ, କିନ୍ତୁ ମୋତେ କ୍ଷୁଧା ପିପାସାର ଅଭାବଜନିତ କଷ୍ଟ ବାଧୁ ନାହିଁ । ମୋତେ ଶ୍ରୀଭଗବାନଙ୍କର ଜନ୍ମ ଓ ଲୀଳାର କଥା ବିସ୍ତାର ପୂର୍ବକ କହି ମୋର ପ୍ରକୃତ ତୃଷ୍ଣା ମେଣ୍ଟାନ୍ତୁ ।
ଶ୍ରୀଶୁକଦେବ କହିଲେ,ହେ ରାଜନ,ବାସୁଦେବ ଶ୍ରୀକୃଷ୍ଣଙ୍କର କଥା ପ୍ରତି ଆପଣଙ୍କର ଅନୁରାଗ ଦେଖି ମୁଁ ଅତିଶୟ ଆନନ୍ଦିତ ହୋଇଛି । ତା’ଛଡା କୃଷ୍ଣକଥା ବର୍ଣ୍ଣନା କରିବାରେ ମଧ୍ଯ ମୋର ମହା ଆନନ୍ଦ । ଗଙ୍ଗାବାରି ଯେପରି ସବୁକିଛି ପବିତ୍ର କରିଦିଏ,ସେହିପରି ବାସୁଦେବଙ୍କ କଥା ଯେ କହେ,ସେ ପବିତ୍ର ହୁଏ ଏବଂ ଶ୍ରୋତା ମଧ୍ଯ ଶୁଦ୍ଧ ଓ ପବିତ୍ର ହୋଇଥାନ୍ତି । ବାତାବରଣ ମଧ୍ଯ ପବିତ୍ର ହୋଇଥାଏ । ସେ କହିଲେ-ଧରିତ୍ରୀ ମାତା ଦିନେ ଗୋଟିଏ ଗାଈରୂପ ଧାରଣ କରି ବ୍ରହ୍ମାଙ୍କ ନିକଟରେ ପହଞ୍ଚି ନିଜର ଦୁଃଖର କାହାଣୀ ଜଣାଇ କହିଲେ ପ୍ରଭୁ,ହିଂସାରେ ଉନ୍ମତ୍ତ ଦାନବକୁଳର ଭାର ମୁଁ ଆଉ ସହିପାରୁ ନାହିଁ । ଏପରି ଭାରାକ୍ରାନ୍ତ ଅବସ୍ଥାରେ ମୁଁ କେତେକାଳ ରହିବି ? ଆପଣ ଏହାର ପ୍ରତିବିଧାନ କରନ୍ତୁ ।
ପୃଥିବୀର ଏହି କରୁଣ କ୍ରନ୍ଦନ ଶୁଣି ବ୍ରହ୍ମା ସମାଧିଯୋଗରେ ନିମଗ୍ନ ହେଲେ । ଧ୍ଯାନ ଭାଙ୍ଗିବା ପରେ ବ୍ରହ୍ମା କହିଲେ,ତୁମର ଏହି ଦୁଃଖର କଥା ଭଗବାନ ଜାଣିଛନ୍ତି । ସେ ଅବିଳମ୍ବେ ଧରାଧାମରେ ଅବତୀର୍ଣ୍ଣ ହେବେ ଏବଂ ବସୁଦେବ ଓ ଦେବକୀଙ୍କ ଔରସରୁ ଜନ୍ମ ହେବେ । ଇତି ମଧ୍ଯରେ ଦେବତାମାନେ ମଧ୍ଯ ନିଜ ନିଜ ପତ୍ନୀଙ୍କ ସହ ମର୍ତ୍ତ୍ଯଧାମରେ ଜନ୍ମଗ୍ରହଣ କରିବେ । ସହସ୍ରଶୀର୍ଷ ଅନନ୍ତଦେବ ପ୍ରଥମେ ଅବତୀର୍ଣ୍ଣ ହେବେ । ଯେଉଁ ଭଗବତୀଙ୍କର ମାୟାରେ ଏ ସଂସାର ମୋହିତ ସେ ମଧ୍ଯ ଯୋଗମାୟା ରୂପରେ ଜଗତରେ ଅବତୀର୍ଣ୍ଣ ହେବେ ।
ମଥୁରାର ରାଜା ଉଗ୍ରେସନଙ୍କ ପୁତ୍ର କଂସ ଥିଲା ପ୍ରବଳ ପ୍ରତପୀ ଓ ଜଣେ ଅତ୍ଯାଚାରୀ । କିନ୍ତୁ ତାର ଭଗନୀ ଦେବକୀକୁ କଂସ ଖୁବ୍ ସ୍ନେହ କରୁଥିଲା । ଯଦୁବଂଶର ଜଣେ ସୁପୁରୁଷ ବସୁଦେବଙ୍କ ସହିତ ସେ ଜାକଜକମରେ ଦେବକୀଙ୍କର ବିବାହ ସମ୍ପନ୍ନ କଲା । କଂସ ଧନରତ୍ନ ଓ ସାମଗ୍ରୀ ଯୌତୁକ ଆକାରରେ ଦେଇ ଭଗନୀ ଦେବକୀ ଓ ବସୁଦେବଙ୍କୁ ନିଜ ରଥରେ ବସାଇ ବସୁଦେବଙ୍କ ଗୃହକୁ ଯାଉଥିବା ସମୟରେ ଆକାଶବାଣୀ ହେଲା – କଂସ, ତୁ ଯାହାକୁ ରଥରେ ବସାଇ ନେଉଛୁ,ସେଇ ତୋର ଭଗନୀ ଦେବକୀର ଗର୍ଭରୁ ଯେଉଁ ଅଷ୍ଟମ ସନ୍ତାନ ଜନ୍ମ ହେବ, ତାହା ହାତରେ ।ତୋର ପ୍ରାଣ ଯିବ ।
ଦୈବବାଣୀ ଶୁଣି କଂସ ଚମକି ପଡିଲା । ମୋ ଭଉଣୀ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ହାତରେ ମୋର ପ୍ରାଣ ଯିବ ? ନାଁ ନାଁ ତା ହୋଇପାରିବ ନାହିଁ । ମୁଁ ମୋର ଭଉଣୀକୁ ହତ୍ଯା କରିଦେଲେ ନାଁ ତାର ପୁତ୍ର ଜନ୍ମ ହେବ ନାଁ ମୋତେ ମାରିବ । ନିଜର ସାନ ଭଉଣୀ ପ୍ରତି ରହିଥିବା ସ୍ନେହମମତା ଘଡିକେ ଲୋପ ପାଇଯାଇଥିଲା । କଂସ ରଥ ଚାଳନା ବନ୍ଦ କରି ଦେବକୀର କେଶକୁ ଧରି ଖଡ଼ଗରେ ତାର ମୁଣ୍ଡ କାଟି ଦେବାକୁ ଉଦ୍ଯତ ହେଉଥିବା ସମୟରେ, ବସୁଦେବ କଂସର ହାତକୁ ଧରିପକାଇ କହିଲେ-ନିଜ ଭଗନୀକୁ ହତ୍ଯା କରି ତୁମେ କାହିଁକି ନାରୀ ହତ୍ୟା ପାପ ଅର୍ଜନ କରିଵ ? ମୁଁ କଥା ଦେଉଛି ଦେବକୀର ଗର୍ଭଜାତ ସନ୍ତାନଗୁଡିକୁ ତୁମରି ହାତରେ ଅର୍ପଣ କରିଦେବି । ତୁମର ଯାହା ଇଛା ତାହା କରିବ । ବସୁଦେବଙ୍କ କଥା ଶୁଣି କଂସର କ୍ରୋଧ ପ୍ରଶମିତ ହେଲା । ଏହା ଫଳରେ ସେ ନିଜକୁ ନିରାପଦମଣି ଭଗନୀକୁ ବଧ କରିବା କାର୍ଯ୍ଯରୁ କ୍ଷାନ୍ତ ରହିଲା । କିନ୍ତୁ ସେ ଭଉଣୀ ଓ ତାର ପତି ବସୁଦେବଙ୍କୁ ଫେରାଇ ଆଣି ବନ୍ଦୀଶାଳାରେ ଭର୍ତ୍ତି କରିଦେଲା । ନିଜ ପିତା ରାଜା ଉଗ୍ରେସନ କାଳେ ଝିଅ ଜ୍ବାଇଁଙ୍କୁ କାରାଗାରରୁ ମୁକୁଳାଇ ନେଇଆସିବେ ଏହି ଆଶଙ୍କାରେ ସେ ପିତା ଉଗ୍ରେସନଙ୍କୁ ମଧ୍ଯ କାରାଗାର ମଧ୍ଯରେ ବନ୍ଦୀ କରି ରଖି ନିଜେ ରାଜସିଂହାସନରେ ବସିଲା । କଂସ ବଡ଼ ଦୁର୍ଦ୍ଦାନ୍ତ ପ୍ରକୃତିର ଥିଲା । ତାର ଅତ୍ଯାଚାର ସହି ନ ପାରି ଯଦୁବଂଶର ବହୁ ଲୋକ ଭୟଭୀତ ହୋଇ ଦଳ ଦଳ ହୋଇ ଅନ୍ଯ ଦେଶକୁ ପଳାଇ ଯାଇଥିଲେ । କଂସର ଅତ୍ଯାଚାର ଯୋଗୁଁ ଦେବତାମାନେ ମଧ୍ଯ ଆତଙ୍କିତ ହୋଇ ପଡିଲେ ।
କାଳକ୍ରମେ ଦେବକୀଙ୍କ ଗର୍ଭରୁ ଗୋଟିକ ପରେ ଗୋଟିଏ ସନ୍ତାନ ଜନ୍ମ ହୋଇଥିଲେ ଏବଂ କଂସ ସଵୁ ଶିଶୁଙ୍କୁ ହତ୍ଯା କରିଥିଲା । ଦେଵକୀଙ୍କ ସପ୍ତମ ଗର୍ଭରେ ଥିଵା ଭୃଣକୁ ହରଣ କରି ନେଇ ଗୋପପୁରରେ ରହିଣୀଙ୍କ ଗର୍ଭରେ ସ୍ଥାପନ କରିବାକୁ ଶ୍ରୀଭଗବାନ ଯୋଗମାୟାଙ୍କୁ ଆଦେଶ ଦେଇଥିଲେ ଏବଂ ନନ୍ଦରାଜାଙ୍କ ପତ୍ନୀ ଯଶୋଦାଙ୍କ କନ୍ଯା ରୂପେ ନିଜେ ଜନ୍ମ ହେବାପାଇଁ ମଧ୍ଯ କହିଥିଲେ । ରୋହିଣୀଙ୍କ ଗର୍ଭରୁ ପ୍ରଥମେ ବଳରାମ ଜନ୍ମ ହେଲେ । ରୋହିଣୀ ଥିଲେ ନନ୍ଦ ରାଜାଙ୍କର ଅନ୍ଯତମ ପତ୍ନୀ ।
ଏହାପରେ ଦେବକୀଙ୍କର ଅଷ୍ଟମ ଗର୍ଭରୁ କଂସର କାରାଗାର ମଧ୍ଯରେ ଏକ ମଙ୍ଗଳମୟ ମୁହର୍ତ୍ତରେ ଭଗବାନ ଶ୍ରୀକୃଷ୍ଣ ଭୂମିଷ୍ଠ ହେଲେ । ଦେଵକୀ ଓ ବସୁଦେଵ ଦେଖିଲେ କାରାଗାରର ରୁଦ୍ଧ ପ୍ରକୋଷ୍ଠକୁ ଉଜ୍ଜ୍ବଳ ଆଲୋକରେ ଉଦ୍ଭାସିତ କରି ସେମାନଙ୍କ ସମ୍ମୁଖରେ ସ୍ବୟଂ ବିଷ୍ଣୁ ଶଙ୍ଖ-ଚକ୍ର-ଗଦା-ପଦ୍ମ ଧରି ବିରାଜମାନ ହୋଇଛନ୍ତି । ଉଭୟ ସ୍ବାମୀ ସ୍ତ୍ରୀ ପ୍ରଣିପାତ କରି ନାନା ସ୍ତବସ୍ତୁତି କଲେ । ଭଗବାନ ସେମାନଙ୍କ ସ୍ତବରେ ସନ୍ତୁଷ୍ଟ ହୋଇ କହିଲେ- ତୁମ ଦୁହିଁଙ୍କୁ ପୂର୍ବଜନ୍ମରେ ମୁଁ କଥା ଦେଇଥିଲି ତୁମର ପୁତ୍ର ରୂପେ ଜନ୍ମ ହେଵି ଵୋଲି । ତେଣୁ ଏଜନ୍ମରେ ତୁମେ ମୋତେ ପୁତ୍ର ରୂପେ ପାଇଲ । ମୋତେ ବ୍ରହ୍ମ ଭାବି ହେଉ ବା ପୁତ୍ର ଭାବି ହେଉ ଚିନ୍ତା କଲେ ପରମ ଗତି ପ୍ରାପ୍ତ ହେବ । ଏଇ ଜନ୍ମରେ ମୋର ନାମ ହେଵ କୃଷ୍ଣ । ମୋତେ ତୁରନ୍ତ ନେଇ ଗୋପପୁରରେ ନନ୍ଦରାଜାଙ୍କ ଗୃହରେ ଯଶୋଦାଙ୍କ କୋଳରେ ଛାଡିଦେଇ ଆସ । ତାଙ୍କ କୋଳରୁ ସଦ୍ଯଜାତ କନ୍ଯାକୁ ନେଇଆସି ଏଠାରେ ରଖ । ଏହାକହି ଭଗବାନ ବିଷ୍ଣୁ ଅଦୃଶ୍ୟ ହେଲେ ।
ଏହାପରେ ଵସୁଦେଵ ଶିଶୁକୁ ମସ୍ତକରେ ଧାରଣ କରି ବ୍ରଜଧାମ ଉଦ୍ଦେଶ୍ୟରେ ଯାତ୍ରା କଲେ । ଏହି ସମୟରେ କାରାଗାରର ଦ୍ବାର ସବୁ ଆପେଆପେ ଖୋଲିଗଲା ଏବଂ ପ୍ରହରୀମାନେ ଅଚେତ ଅବସ୍ଥାରେ ଶୋଇପଡିଲେ । ନିଶାର୍ଦ୍ଧ ସମୟ । ଅନ୍ଧକାର-ରାତ୍ରି । ଆକାଶରେ ଘଡ଼ଘଡି ଚଡ଼ଚଡି । ମୂଷଳ ଧାରାରେ ବର୍ଷା । ଵସୁଦେଵ କୃଷ୍ଣଙ୍କୁ ମଥାରେ ଧରି ଚାଲିଛନ୍ତି , ସେଇ ବର୍ଷାରେ ଏବଂ ଶିଶୁକୁ ବର୍ଷାରୁ ରକ୍ଷା କରିବା ଲାଗି ଅନନ୍ତ ନାଗ ସହସ୍ର ଫଣା ମେଲାଇ ଛତା ପରି ଢିଙ୍କି ରଖିଛନ୍ତି । ଵସୁଦେଵ ଯମୁନା ପାରିହେଵା ବେଳକୁ ବନ୍ଯାରେ ନଦୀ ଦୁଇକୂଳ ଉଛୁଳୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଵସୁଦେବ ଅକ୍ଲେଶରେ ନଦୀ ପାରି ହୋଇ ପହଞ୍ଚିଲେ ନନ୍ଦରାଜାଙ୍କ ଗୃହରେ । ସେ ଦେଖିଲେ ଯଶୋଦାଙ୍କ କୋଳରେ ଏକ ସଦ୍ଯଜାତ କନ୍ଯା ଶୋଇଛି । ସେ ଯଶୋଦାଙ୍କ କୋଳରେ ଶିଶୁରୂପୀ ଶ୍ରୀକୃଷ୍ଣଙ୍କୁ ଶୁଆଇ ଦେଇ କନ୍ଯାରୂପେ ଜନ୍ମିଥିବା ଯୋଗମାୟାଙ୍କୁ ଧରି କଂସର କାରାଗାର ମଧ୍ଯକୁ ସେହି ଅନ୍ଧକାର ରାତିରେ ଫେରି ଆସିଲେ । ଏତେ ଘଟଣା ଘଟିଗଲା ଅଥଚ ରକ୍ଷୀମାନେ କେହି କିଛି ଜାଣି ପାରିଲେ ନାହିଁ । ମାୟାର ପ୍ରଭାବରେ ସମସ୍ତେ ନିଦରେ ଢୁଳେଇ ପଡିଥିଲେ ।
ଵସୁଦେବ କନ୍ୟାଟିକୁ ଆଣି ଦେବକୀଙ୍କ କୋଳରେ ରଖିଦେଲେ । ଶିଶୁଟିର କାନ୍ଦ ଶୁଣିପାରି ରକ୍ଷୀମାନେ ନିଦରୁ ଉଠିପଡି କଂସରାଜାଙ୍କୁ ଖବର ଦେଲେ । ନିଷ୍ଠୁର କଂସ ଧାଇଁ ଆସି କନ୍ଯାଟିକୁ ଧରି ଏକ ପଥର ଉପରେ କଚାଡି ଦେବା ମାତ୍ରେ କନ୍ଯା ଅଷ୍ଟଭୂଜା ମୂର୍ତ୍ତି ଧାରଣ କରି ଶୂନ୍ୟକୁ ଉଠିଯାଇ ଗମ୍ଭୀର ସ୍ବରରେ କହିଲେ-ରେ କଂସ,ତୋତେ ଯେ ବଧ କରିବ,ସେ ବର୍ତ୍ତମାନ ନନ୍ଦପୁରରେ ରହିଛି । ଏହା କହି ମହାମାୟା ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର,

Share
Tweet
Google+
Pinterest
Stumble
Linkedin
Email
Prev Article
Next Article

Related Articles

କାଳିଆ ରେ ପାପଛଡ଼ା ପୁରେ ନେଲୁ ରେ କାଳିଆ ଆହୁରି କି ପାପ …

କାଳିଆ ରେ

ସଦାସର୍ବଦା ଧର୍ମର ପ୍ରତୀକ ମର୍ୟ୍ୟାଦା ପୁରୁଷତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପବିତ୍ର ରାମ …

ଆଜି ମର୍ୟ୍ୟାଦା ପୁରୁଷତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପବିତ୍ର ରାମ ନବମୀ ତଥା ଜନ୍ମଦିନର ସୁବେଛା !

About The Author

jhbtvnews
jhbtvnews

Leave a Reply

Cancel reply

JHB TV LIVE

Breaking News

  • କାଳତ ଧରୁଛି ବାଳ

    December 2, 2019

    କାଳତ ଧରୁଛି ବାଳ କେମିତି ଜୀଇଁବି କହଲୋ ସଜନୀ କାଳତ ଧରୁଛି ବାଳ, ମଣିଷମାନେତ ଜାନୁଆର ପରି ହୋଇଲେଣି ପରବଳ। ଜୀବମଧ୍ୟେସାର ଏ ମଣିଷଜାତି କୁହାଯାଉଥିଲା କାଳେ, ହେଲେ ଇତରଠୁଁ ଇତର ପରି ଏ କାର୍ଯ୍ୟରେଦେଖାନ୍ତି ହେଳେ। ଲୁଣ୍ଠିତ ଧନରେ ଅୟସକରନ୍ତି ଭୁଲିହିତାହିତ ଜ୍ଞାନ, ଦାରୁସେବନରେ ପ୍ରମତ୍ତହୋଇସେ ନେଇଯାନ୍ତି କାରପ୍ରାଣ। ମୂଢ଼ ଅର୍ବାଚୀନ ତସ୍କର ସାଜିଣ ଲୁଟନ୍ତି ଯୌବନକାର, ଭଦ୍ରମୁଖାକାଳେ ପଦାରେପଡି଼ବ ସେଥକୁ ଭୀଷଣ ଡର। କାପୁରୁଷ ପରି ନପୁଂସକ ସରି ଭୁଲନ୍ତିମାନ ମର୍ଯ୍ୟାଦା, ମଣିଷଜନ୍ମର ମୂଳତତ୍ତ୍ବ ଭୁଲି ଡିଅଁନ୍ତି ସଦା ସର୍ବଦା।

  • ସତରେ କେତେ ଯେ ମହାନ

    December 2, 2019

    ସତରେ କେତେ ଯେ ମହାନ ଶାନ୍ତ ସ୍ନିଗ୍ଧ ଏହି ଭାରତ ଜନନୀ ଯାହାର ପବନେ ମଳୟ ବାସ, ବିନ୍ଧ୍ୟ ହିମାଚଳ ଜମୁନା ଓ ଗଙ୍ଗା ଗୋଦାବରୀ କନ୍ୟାକୁମାରୀ ଯଶ. ୧. ହିମଗିରି ଯା’ର ମଥାରେ ମୁକୁଟ ସିନ୍ଧୁ କରେ ନିତ୍ଯ ପଦ ଧଉତ, ରକତ ବୁହାଇ ପ୍ରାଣବଳି ଦେଇ ନିଦ ହଜାଇଛି ଯା” ପ୍ରିୟ ସୁତ. ୨. ପୂଣ୍ଯବନ୍ତା ପୂଣ୍ୟଭୂମି ପୂଣ୍ୟଗର୍ଭା ପୂଣ୍ଯତୀର୍ଥ ଧାରିଣୀ ପୂଣ୍ୟତୋୟା, ପୂଣ୍ୟପ୍ରଭା ପୂଣ୍ଯଜନନୀ ପୂଣ୍ଯଦା ପୂଣ୍ଯଧାମ ପବିତ୍ର ପୂଣ୍ୟ କାୟା. ୩. ପ୍ରକୃତି ପସରା ବହୁ କୀର୍ତ୍ତି

  • ବୁଲବୁଲ

    November 9, 2019

    ବୁଲବୁଲ ଆତଙ୍କିତ ଆଜି ଜନ ଜୀବନ ବୁଲବୁଲ ତ ଚିନ୍ତାର କାରଣ। ସମୁଦ୍ର ଗର୍ଭରୁ ହେବ ବାହାର ରୂପ ହୋଇବ ତାର ଭୟଙ୍କର। ମହାବାତ୍ୟା ପୁଣି ଅନେଶତର ଆତଙ୍କ ଖେଳଇ ମନ ମଧ୍ୟର। ପଛକୁ ପଛକୁ ଧାଡ଼ି ବାନ୍ଧନ୍ତି କେତେ ନାମରେ ନାମିତ ହୁଅନ୍ତି। ପ୍ରଗତି ବଳରେ ହୁଏ ସମ୍ଭବ ସତର୍କର ଘଣ୍ଟି ବାଜି ଚାଲିବ। ପ୍ରକୃତି ଯେବେଳେ ଦାଉ ସାଧିବ ତା ସହିତ କିଏ ଲଢି ପାରିବ। ସୃଷ୍ଟି ସଂରଚନା ଯିଏ କରନ୍ତି ତାଣ୍ଡବର ନୃତ୍ୟ ଦେଖାଇଥାନ୍ତି। ତା ପାଇଁ କି

  • ସବୁ ମାୟାରେ ବାୟା

    November 9, 2019

    ସବୁ ମାୟାରେ ବାୟା ମାୟାରେ ମୋହିତ ହୋଇରେ ମନୁଆ କରୁ କେତେ ଅପକର୍ମ ଭୁଲି ତୁ ଗଲୁ କି କର୍ମ ଗଢ଼େ ଭାଗ୍ୟ ଏଇତ ନିୟତି ଧର୍ମ ୲୲ ଯେତେ ଯେତେ ପାପ ଅରଜୁଛୁ ମନ ଦେଖାଇଣ ଟାଣ ପଣ ବାଁ ହାତର କର୍ମ ଡାହାଣ ନିଏନା ଏକଥାଟି ସତ୍ୟ ଜାଣ ୲୲ କର୍ମ କର୍ତ୍ତବ୍ୟର ଆଳକୁ ଦେଖାଇ ଧର୍ମେ ମାରି ଆଖି ଠାର ଅଭୀଷ୍ଟ ସାଧନେ ଥାଉ ତତପର ଆଚରିଣ ପାପାଚାର ୲୲ ଠକିବାକୁ ଚାହୁଁ ସାରା ଦୁନିଆଁକୁ ସବୁକୁ ବନାଇ

  • ବାଲିଯାତ୍ରା କହେ।

    November 9, 2019

    ବାଲିଯାତ୍ରା କହେ। ବାଲିଯାତ୍ରା ହୁଏ ପଠା ଚମକାଇ କାର୍ତ୍ତିକ ପୁର୍ଣ୍ଣିମା ଦିନ। ଜନସମାଗମ ବେପାର ବାଣିଜ୍ୟ ମୋହିନିଏ ଜନମନ। ଭଳିଭଳି ଚିଜ ଗୃହପୋକରଣ ଦୋଳି ଠାରୁ ଖାଦ୍ୟପେୟ। କୋଟି କୋଟି ଟଙ୍କା ନେଣ ଦେଣ ହୁଏ ଓଡ଼ିଶାର ଭାରି ପ୍ରିୟ। କେତେ ପ୍ରଶ୍ନ ଉଠେ ବାଲିଯାତ୍ରା ମନେ କହିଯାଏ କାନେ କାନେ। ସ୍ମୁତିଟିଏ କିବା ଆମ ଅତୀତର କାନ୍ଦେ ଆଜି ଅଭିମାନେ। ଶହେରୁ ଶତୁରୀ ବିଦେଶୀ ଦରବ ବାଲିଯାତ୍ରାରେ ମିଳଇ। ବିଦେଶକୁ ଯାଏ ଆମରି ପଇସା ଆମେ ରହିଅଛୁ ଚାହିଁ। ସାଧବ ପୁଅର

  • ଆମେ କାହିଁକି ପାରିବାନି ?

    October 24, 2019

    ଆମେ କାହିଁକି ପାରିବାନି ? ଜାପାନ ଦେଶର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ କାହାଣୀଟି ୲ ଘରଟି ବଢନ୍ତା ପରିବାର ପାଇଁ ଛୋଟ ପଡୁଥିଲା ୲ ଘରଟିକୁ ଭାଙ୍ଗି ଆଉ ଟିକିଏ ବଢ଼େଇବା ପାଇଁ ମନସ୍ଥ କରି ଘର ମାଲିକ ଘରଟିକୁ ଭାଙ୍ଗିବା ଆରମ୍ଭ କଲେ ୲ ଭୂମିକମ୍ପ ଦାଉରୁ ରକ୍ଷା ପାଇବା ପାଇଁ ଜାପାନର ଅଧିକାଂଶ ଘର କାଠରେ ତିଆରି ୲ ଦୁଇ ପଟ କାନ୍ଥ ମଝିରେ କିଛିଟା ଫାଙ୍କା ରହିଥାଏ ୲ ଘର ଭାଙ୍ଗିବା ସମୟରେ ଜାପାନୀ

  • ସର୍ବ ହିତମୟ ସିଏ

    October 23, 2019

    ସର୍ବ ହିତମୟ ସିଏ ଈର୍ଷାନ୍ବୀତ ଚିତ୍ତ କ୍ରୋଧବଶେ ମତ୍ତ ଆପଣା ଇଚ୍ଛା ପଣ୍ଡିତ, ସ୍ବକୃତି ବିନାଶେ ସ୍ବୀକୃତି ପ୍ରୟାସେ ନିଜସ୍ୱ ଭାବ ଇଙ୍ଗିତ. ୦. ବୁଦ୍ଧିରେ କୁଶଳ ଶୁଦ୍ଧିରେ ନିସ୍ଫଳ ବାହୁବଳୀ କି’ବା ଜ୍ଞାନୀ, ଅନ୍ଧବଶେ ଦ୍ବନ୍ଦ ପ୍ରକୃତି ଉଦ୍ଗାର ଆପ’ଇଚ୍ଛା ମହାମାନୀ. ୧. ସନ୍ଧି ଖୋଜୁଥିବା ଦ୍ବନ୍ଦିତ ମନଟି ପିନ୍ଧିଲେ ସୁନା କୁଣ୍ଡଳ, ଆପେ ବୋଲାଇବା ଅାଦ୍ଯ ଦିଗଦନ୍ତି ସ୍ବର୍ଗର ମୁଁ’ ଆଖଣ୍ଡଳ. ୨. ସାମାନ୍ୟ’ରେ ମାନ୍ଯ ହରାଇବା ଧନ୍ଯ ବିବେକୀ ଜନ’ର ଗୁଣ, ସଚ୍ଚା ସାହିତ୍ୟିକ ମୁଁ’ ଏକା ନାୟକ

  • ବଉଳାର ଚିଠି

    October 23, 2019

    ବଉଳାର ଚିଠି : ନିଶ୍ଚୟ ପଢନ୍ତୁ l ସ୍ନେହର ବାବୁ.. ମୋର ସ୍ନେହ ନେବୁ । ଦୁଇ ଦିନ ହେବ ମୋତେ ଖୋଜୁଥିବୁ । ଆଜି ତୋ ଠୁଁ ବହୁ ଦୂରରେ । ଆଶା ଏ ଚିଠିଟି ତୋ ପାଖରେ ପହଞ୍ଚିପାରିବ । ଯଦି ପହଞ୍ଚି ନ ପାରିଲା, ତାହା ମୋ ଆଉ ତୋ ଭାଗ୍ୟର ବିଡ଼ମ୍ବନା ବୁଝିନେବୁ । ସୋମବାର ସକାଳୁ ଆମ ମାଲିକ ଗଙ୍ଗାବାବୁ ମୋ ଠୁଁ କ୍ଷୀର ଦୁହିଁ ସାରିଲା ପରେ , ତୋ ଠୁ ମୋତେ ଅଲଗା

  • ଅଖିଳ ଭାରତୀୟ ସନ୍ଥ ସମାଜ ଦ୍ଵାରା ରବି ଆଚାରି ସମ୍ବର୍ଦ୍ଧିତ

    October 12, 2019

    ସମାଜ ସେବୀ ଓ ଗୋ ରକ୍ଷା ସକାଶେ ରାୟଗଡ଼ା ଜିଲ୍ଲାର ରବି ଆଚାରି ସମ୍ବର୍ଦ୍ଧିତ ଗୋ ରକ୍ଷା ,ହିନ୍ଦୁ ଧର୍ମ ର ସୁରକ୍ଷା ତଥା ମଠ ମନ୍ଦିର ସୁରକ୍ଷା ନିମନ୍ତେ ଅବିରତ ଭାବେ କାର୍ଯ୍ୟ କରୁଥିବା ରାୟଗଡା ଜିଲ୍ଲା ଗୁଣପୁର ର ସମାଜ ସେବୀ ରବୀନ୍ଦ୍ର ଆଚାରି ଙ୍କୁ ଆଜି ଭୁବନେଶ୍ୱର ରେ ଯୋଗ କ୍ରିୟା ଆଶ୍ରମ ରେ ଆୟୋଜିତ ଅଖିଳ ଭାରତୀୟ ସାଧୁ ସନ୍ଥ ସମ୍ମିଳନୀ ରେ 300 ରୁ ଉର୍ଦ୍ଧ୍ବ ସାଧୁ ସନ୍ଥ ଙ୍କ ଉପସ୍ଥିତ ରେ ସଭାପତି ସ୍ୱାମୀ

  • ମାଗୋ ଶୈଳପୁତ୍ରୀ

    September 30, 2019

    ମାଗୋ ଶୈଳପୁତ୍ରୀ ଶୈଳପୁତ୍ରୀ, ଶିଦ୍ଧି ଦାତ୍ରୀ, ପ୍ରଣତି ପାଦତଳେ, ମାଁ ଭବାନୀ, ଯାଜ୍ଞସେନୀ, ବିଦିତା ଭୂମଣ୍ଡଳେ. ୦. ନବରାତ୍ରୀ ଆଦ୍ଯେ ପାଉ ପୂଜା, ବୃଷାଋଢ଼ା ମାଗୋ ଦିବ୍ୟତେଜା, ନବଯୁବା, ସ୍ବର୍ଣ୍ଣପ୍ରଭା, ଦଣ୍ଡ କମଣ୍ଡଳୁ ଧାରୀ କରେ………… ୧. ତ୍ରିଶୁଳ ଧାରିଣୀ ଦ୍ବିଭୂଜା ମାଁ, କାୟା ପ୍ରକଟିତା ଭୂମି ଭୂମା, ଶୁଭ୍ରବସ୍ତ୍ରା, ପାଶହସ୍ତା, ହର୍ଷମୁଖେ ଉଭା ଧରାପରେ………… ୨. ଭବାନୀ ଶଙ୍କର ମନୋହାରୀ, ଗଣେଶ ଜନନୀ ମାହେଶ୍ଵରୀ, ଭୟହାରୀ, ଉପକାରୀ, ମୋହିତ ମାଁ ଭକତ ଭକ୍ତି ବଳେ……… ୩. ଶକ୍ତି ସ୍ୱରୂପିଣୀ ମୁକ୍ତିଦାତ୍ରୀ, ଭକ୍ତି

prev next

Recent Posts

  • କାଳତ ଧରୁଛି ବାଳ
  • ସତରେ କେତେ ଯେ ମହାନ

Connect With Us

My CMS

Copyright © 2019 My CMS

Ad Blocker Detected

Our website is made possible by displaying online advertisements to our visitors. Please consider supporting us by disabling your ad blocker.

Refresh