My CMS

Menu
  • Home
  • Odisha
  • Crime
  • India
  • World
  • Rashifala
  • entertainment
  • Indian Culture
  • Business
  • Political
  • Sports
  • About

Home
Indian Culture
ଭାଗବତ କଥା–୪୨
Indian Culture

ଭାଗବତ କଥା–୪୨

jhbtvnews July 9, 2019

ଭାଗବତ କଥା–୪୨

ରାଜା ସତ୍ରାଜୀତ୍ ଶ୍ରୀକୃଷ୍ଣଙ୍କ ପାଖରେ ଲଜ୍ଜିତ ହେଲେ କାହିଁକି ଏବଂ ଅନୁତପ୍ତ ହେବାର କାରଣ କ’ଣ ଥିଲା ।

 ରାଜା ସତ୍ରାଜୀତ୍ ସୂର୍ଯ୍ୟଙ୍କର ଉପାସକ ଥିଲେ । ସେ ସୂର୍ଯ୍ୟଦେବଙ୍କର ପୂଜା ଉପାସନା କରନ୍ତି । ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ସୂର୍ଯ୍ୟଦେବ ତାଙ୍କୁ ଗୋଟିଏ ମଣି ଦେଇଥିଲେ । ତାହାର ନାମ ଶ୍ଯମନ୍ତକ ମଣି । ଏ ମଣିଟି ଯେଉଁଠାରେ ପୂଜିତ ହୁଏ ସେଠାରେ ଧନସମ୍ପତ୍ତି ଭରିଯାଏ । ସେଠାରେ ଦୁର୍ଭିକ୍ଷ, ମହାମାରୀ, ଗ୍ରହପୀଡା ଓ ସର୍ପଭୟ ଆଦି ରହେ ନାହିଁ । ରାଜାସତ୍ରାଜୀତ୍ ଗୋଟିଏ ମନ୍ଦିର ମଧ୍ଯରେ ଏହି ଶ୍ଯମନ୍ତକ ମଣିଟି ରଖି ସୂର୍ଯ୍ୟଦେବଙ୍କର ପୂଜା ଓ ସ୍ତବସ୍ତୁତି କରିବା ସଙ୍ଗେ ସଙ୍ଗେ ମଣିଟିକୁ ପୂଜା କରନ୍ତି । ସତ୍ରାଜୀତ୍ ଶ୍ଯମନ୍ତକ ମଣିଟି ପାଇବା ଫଳରେ ତାଙ୍କ ରାଜ୍ୟ ଧନଧାନ୍ଯରେ ଭରପୁର ହୋଇଯିବା ସଙ୍ଗେ ସଙ୍ଗେ ଦୁର୍ଭିକ୍ଷ, ମହାମାରୀ ଓ ଗ୍ରହପୀଡା ଆଦି ଦୂର ହୋଇଯାଇଥିଲା । 
ଶ୍ରୀକୃଷ୍ଣ ଏହି ମଣିଟି ପାଇବା ଲାଗି ରାଜା ସତ୍ରାଜୀତଙ୍କୁ ଅନୁରୋଧ କରନ୍ତେ, ସେ ଶ୍ରୀକୃଷ୍ଣଙ୍କର ଏହି ଅନୁରୋଧକୁ ଅଗ୍ରାହ୍ୟ କରିଦେଇଥିଲେ । ଦିନେ ସତ୍ରାଜୀତଙ୍କ କନିଷ୍ଠ ଭ୍ରାତା ପ୍ରସେନଜିତ୍ ମଣିଟି ଗଳାରେ ପକାଇ ଘୋଡା ଚଢି ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲା । ବନ ମଧ୍ଯରେ ଗୋଟିଏ ସିଂହ ପ୍ରସେନଜିତଙ୍କୁ ମାରିପକାଇ ମଣିଟିକୁ ନେଇଯାଇଥିଲା । ଭଲ୍ଲୁକରାଜ ଜାମ୍ବବାନ ସିଂହଟିକୁ ହତ୍ଯାକରି ମଣିଟିକୁ ହସ୍ତଗତ କରିଥିଲେ । ଏଣେ ରାଜା ସତ୍ରାଜୀତ୍ ଭାଇ ଫେରିବାର ନ ଦେଖି ଭାବିଲେ ଯେ ଶ୍ରୀକୃଷ୍ଣ ପ୍ରସେନଜିତଙ୍କୁ ହତ୍ଯାକରି ଏ ମଣିଟି ହସ୍ତଗତ କରିଛନ୍ତି । ସେ ଶ୍ରୀକୃଷ୍ଣଙ୍କର  ଅପବାଦ ଚତୁର୍ଦ୍ଦିଗରେ ରଟନା କରିବାରୁ ଏହି ଅପବାଦ ଦୂର କରିବା ପାଇଁ ଶ୍ରୀକୃଷ୍ଣ ସୈନ୍ଯମାନଙ୍କ ସହ ପ୍ରସେନଜିତଙ୍କର ସନ୍ଧାନ ନେବାକୁ ବନ ମଧ୍ଯରେ ପ୍ରବେଶ କଲେ । ବନ ମଧ୍ଯରେ ଯାଉ ଯାଉ ସେ ପ୍ରସେନଜିତ୍ ଓ ତାର ଘୋଡାର ମୃତଦେହ ପଡିଥିବାର ଦେଖିଲେ । କିଛି ଦୂରରେ ଗୋଟିଏ ସିଂହ ମଧ୍ଯ ମରି ପଡିଥିବାର ଦେଖିବାକୁ ପାଇଲେ । ଆଉ କିଛି ଦୂର ଆଗକୂ ଯିବା ପରେ ସେ ଦେଖିଲେ ଯେ ଏକ ପର୍ବତ ଗୁମ୍ଫାର ଦ୍ବାର ଦେଶରେ ଗୋଟିଏ ଶିଶୁ ମଣିଟି ଧରି ଖେଳୁଛି । ଜଣେ ଅପରିଚିତ ଲୋକକୁ ସେଠାରେ ଦେଖି ଶିଶୁଟି ଚିତ୍କାର କରିବାରୁ ସେଠାକାର ରାଜା ଜାମ୍ବବାନ ଧାଇଁ ଆସିଲେ । ଶିଶୁଟି ଥିଲା ତାଙ୍କ ପୁତ୍ର । ଶ୍ରୀକୃଷ୍ଣ କହିଲେ ମୁଁ ଏହି ମଣିଟି ନେବା ସକାଶେ ଆସିଛି । ମୋତେ ମଣିଟି ଦେଇଦିଅ । ଜାମ୍ବବାନ ଏଥିରେ ସମ୍ମତ ନ ହେବାରୁ ଉଭୟଙ୍କ ମଧ୍ଯରେ ଯୁଦ୍ଧର ସୂତ୍ରପାତ ହେଲା । ଜାମ୍ବବାନ ଯୁଦ୍ଧରେ ପରାସ୍ତ ହେଲେ । 

ଜାମ୍ବବାନ ବୁଝିପାରିଲେ ଯେ ସେ ଯାହାଙ୍କ ସହିତ ଯୁଦ୍ଧ କରୁଛନ୍ତି ସେ ସାଧାରଣ ମନୁଷ୍ୟ ନୁହଁନ୍ତି । ସେ ହେଉଛନ୍ତି ସ୍ବୟଂ ଭଗବାନ । ଜାମ୍ବବାନ ଥିଲେ ରାମଚନ୍ଦ୍ରଙ୍କର ଭକ୍ତ ଜାମ୍ବବାନଙ୍କର ବଂଶଧର । ତାଙ୍କର ମନେହେଲା ,ତାଙ୍କର ଇଷ୍ଟଦେବ ରାମଚନ୍ଦ୍ର ହିଁ ଏଥର ଶ୍ରୀକୃଷ୍ଣ ରୂପେ ଅବତୀର୍ଣ୍ଣ ହୋଇଛନ୍ତି । ଜାମ୍ବବାନ କହିଲେ ପ୍ରଭୁ,ମୁଁ ବୁଝିପାରିଛି, ଆପଣ ସେହି ଆଦିପୁରୁଷ ବିଷ୍ଣୁ ଯିଏ କି ରାମ ଅବତାରରେ ରାବଣକୁ ବଧ କରିଥିଲେ । ମୋ ଆଖିରେ ଆପଣ ହିଁ ମୋର ଇଷ୍ଟଦେବ । ଦେବକୀ ନନ୍ଦନ ଜାମ୍ବବାନର ସ୍ତବରେ ସନ୍ତୁଷ୍ଟ ହୋଇ ତାର ମଥା ଉପରେ ହାତ ରଖି ଗମ୍ଭୀର କଣ୍ଠରେ କହିଲେ ,ହେ ଜାମ୍ବବାନ, ମୁଁ ଏହି ମଣିଟି ପାଇଲେ ମୋ ନାମରେ ରଟିଥିବା ମିଥ୍ଯା କଳଙ୍କ ଦୂର କରିବି । ଜାମ୍ବବାନ ସଙ୍ଗେ ସଙ୍ଗେ ଶ୍ଯମନ୍ତକ ମଣି ଏବଂ ଏହା ସହିତ ନିଜର ଏକମାତ୍ର କନ୍ଯା ଜାମ୍ବବତୀକୁ ମଧ୍ଯ ଶ୍ରୀକୃଷ୍ଣଙ୍କ ହାତରେ ଅର୍ପଣ କରିଥିଲେ ।
ଅନେକ ଦିନ ବିତିଗଲା, ଶ୍ରୀକୃଷ୍ଣ କାହିଁକି ଫେରିଲେ ନାହିଁ ବୋଲି ଦ୍ବାରକାରେ ହାହାକାର ପଡିଗଲା । ଏହି ସମୟରେ ଶ୍ରୀକୃଷ୍ଣ ଶ୍ଯମନ୍ତକ ମଣି ଓ ପତ୍ନୀ ଜାମ୍ବବତୀଙ୍କୁ ସଙ୍ଗରେ ଧରି ଦ୍ବାରକାରେ ଆସି ପହଞ୍ଚିଲେ । ଦ୍ବାରକାକୁ ଫେରିଆସି ଶ୍ରୀକୃଷ୍ଣ ମଣିଟି ଉଦ୍ଧାର କରାଯିବାର ସବିସ୍ତୃତ ବୀବରଣୀ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଦ୍ବାରକାବାସୀଙ୍କ ଉପସ୍ଥିତିରେ ସତ୍ରାଜୀତଙ୍କୁ ମଣିଟି ଫେରାଇଦେଲେ ।
ସତ୍ରାଜୀତ୍ ଇତିପୂର୍ବରୁ ଶ୍ରୀକୃଷ୍ଣଙ୍କ ନାମରେ ଯେଉଁ ମିଥ୍ୟା ଅପବାଦ ପ୍ରଘଟ କରିଥିଲେ, ସେଥିନିମନ୍ତେ ଘୋର ଲଜ୍ଜିତ ହେଲେ ଏବଂ ଶ୍ରୀକୃଷ୍ଣଙ୍କ ଚରିତ୍ର ପ୍ରତି ଆଞ୍ଚ ଆଣିଥିବାରୁ ଅନୁତପ୍ତ ହେଲେ । ସେ ଅନେକ ଚିନ୍ତା କରି ସ୍ଥିର କଲେ ଯେ ଏହି ମଣିଟି ସହ ତାଙ୍କର ରୂପବତୀ ଓ ଗୁଣବତୀ କନ୍ଯା ସତ୍ଯଭାମାଙ୍କୁ ବିବାହ ଦେବେ । ଭଗବାନ ଯଥାବିଧି ସତ୍ଯଭାମାଙ୍କର ପାଣିଗ୍ରହଣ କଲେ । ଉପହାର ସ୍ବରୂପ ମିଳିଥିବା ଶ୍ଯମନ୍ତକ ମଣିଟିକୁ ସତ୍ରାଜୀତଙ୍କୁ ଫେରାଇ ଦେଇ କହିଲେ ଆପଣ ସୂର୍ଯ୍ୟଭକ୍ତ, ସୂର୍ଯ୍ୟଦେବ ଆପଣଙ୍କୁ ଦେଇଥିବା ମଣି ଆପଣଙ୍କ ପାଖରେ ରହି ପୂଜା ପାଉଥାଉ । ଆମେ ନିଶ୍ଚୟ ଏହାର ଫଳ ଭୋଗ କରିବୁ ।

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର

Share
Tweet
Google+
Pinterest
Stumble
Linkedin
Email
Prev Article
Next Article

Related Articles

କେନ୍ଦୁଝରର ଜମ୍ଭରା ଗ୍ରାମରେ ପବିତ୍ର ବାହୁଡା ଯାତ୍ରା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର …

କେନ୍ଦୁଝରର ଜମ୍ଭରା ଗ୍ରାମରେ ପବିତ୍ର ବାହୁଡା ଯାତ୍ରା

ଶାସ୍ତ୍ରୀୟ ଓ ପାରମ୍ପରିକ ନୃତ୍ୟ ଉତ୍ସବ ପାଇଁ ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ …

କୋଣାର୍କ ମହୋତ୍ସବ ଉଦ୍ଘାଟିତ

About The Author

jhbtvnews
jhbtvnews

Leave a Reply

Cancel reply

JHB TV LIVE

Breaking News

  • କାଳତ ଧରୁଛି ବାଳ

    December 2, 2019

    କାଳତ ଧରୁଛି ବାଳ କେମିତି ଜୀଇଁବି କହଲୋ ସଜନୀ କାଳତ ଧରୁଛି ବାଳ, ମଣିଷମାନେତ ଜାନୁଆର ପରି ହୋଇଲେଣି ପରବଳ। ଜୀବମଧ୍ୟେସାର ଏ ମଣିଷଜାତି କୁହାଯାଉଥିଲା କାଳେ, ହେଲେ ଇତରଠୁଁ ଇତର ପରି ଏ କାର୍ଯ୍ୟରେଦେଖାନ୍ତି ହେଳେ। ଲୁଣ୍ଠିତ ଧନରେ ଅୟସକରନ୍ତି ଭୁଲିହିତାହିତ ଜ୍ଞାନ, ଦାରୁସେବନରେ ପ୍ରମତ୍ତହୋଇସେ ନେଇଯାନ୍ତି କାରପ୍ରାଣ। ମୂଢ଼ ଅର୍ବାଚୀନ ତସ୍କର ସାଜିଣ ଲୁଟନ୍ତି ଯୌବନକାର, ଭଦ୍ରମୁଖାକାଳେ ପଦାରେପଡି଼ବ ସେଥକୁ ଭୀଷଣ ଡର। କାପୁରୁଷ ପରି ନପୁଂସକ ସରି ଭୁଲନ୍ତିମାନ ମର୍ଯ୍ୟାଦା, ମଣିଷଜନ୍ମର ମୂଳତତ୍ତ୍ବ ଭୁଲି ଡିଅଁନ୍ତି ସଦା ସର୍ବଦା।

  • ସତରେ କେତେ ଯେ ମହାନ

    December 2, 2019

    ସତରେ କେତେ ଯେ ମହାନ ଶାନ୍ତ ସ୍ନିଗ୍ଧ ଏହି ଭାରତ ଜନନୀ ଯାହାର ପବନେ ମଳୟ ବାସ, ବିନ୍ଧ୍ୟ ହିମାଚଳ ଜମୁନା ଓ ଗଙ୍ଗା ଗୋଦାବରୀ କନ୍ୟାକୁମାରୀ ଯଶ. ୧. ହିମଗିରି ଯା’ର ମଥାରେ ମୁକୁଟ ସିନ୍ଧୁ କରେ ନିତ୍ଯ ପଦ ଧଉତ, ରକତ ବୁହାଇ ପ୍ରାଣବଳି ଦେଇ ନିଦ ହଜାଇଛି ଯା” ପ୍ରିୟ ସୁତ. ୨. ପୂଣ୍ଯବନ୍ତା ପୂଣ୍ୟଭୂମି ପୂଣ୍ୟଗର୍ଭା ପୂଣ୍ଯତୀର୍ଥ ଧାରିଣୀ ପୂଣ୍ୟତୋୟା, ପୂଣ୍ୟପ୍ରଭା ପୂଣ୍ଯଜନନୀ ପୂଣ୍ଯଦା ପୂଣ୍ଯଧାମ ପବିତ୍ର ପୂଣ୍ୟ କାୟା. ୩. ପ୍ରକୃତି ପସରା ବହୁ କୀର୍ତ୍ତି

  • ବୁଲବୁଲ

    November 9, 2019

    ବୁଲବୁଲ ଆତଙ୍କିତ ଆଜି ଜନ ଜୀବନ ବୁଲବୁଲ ତ ଚିନ୍ତାର କାରଣ। ସମୁଦ୍ର ଗର୍ଭରୁ ହେବ ବାହାର ରୂପ ହୋଇବ ତାର ଭୟଙ୍କର। ମହାବାତ୍ୟା ପୁଣି ଅନେଶତର ଆତଙ୍କ ଖେଳଇ ମନ ମଧ୍ୟର। ପଛକୁ ପଛକୁ ଧାଡ଼ି ବାନ୍ଧନ୍ତି କେତେ ନାମରେ ନାମିତ ହୁଅନ୍ତି। ପ୍ରଗତି ବଳରେ ହୁଏ ସମ୍ଭବ ସତର୍କର ଘଣ୍ଟି ବାଜି ଚାଲିବ। ପ୍ରକୃତି ଯେବେଳେ ଦାଉ ସାଧିବ ତା ସହିତ କିଏ ଲଢି ପାରିବ। ସୃଷ୍ଟି ସଂରଚନା ଯିଏ କରନ୍ତି ତାଣ୍ଡବର ନୃତ୍ୟ ଦେଖାଇଥାନ୍ତି। ତା ପାଇଁ କି

  • ସବୁ ମାୟାରେ ବାୟା

    November 9, 2019

    ସବୁ ମାୟାରେ ବାୟା ମାୟାରେ ମୋହିତ ହୋଇରେ ମନୁଆ କରୁ କେତେ ଅପକର୍ମ ଭୁଲି ତୁ ଗଲୁ କି କର୍ମ ଗଢ଼େ ଭାଗ୍ୟ ଏଇତ ନିୟତି ଧର୍ମ ୲୲ ଯେତେ ଯେତେ ପାପ ଅରଜୁଛୁ ମନ ଦେଖାଇଣ ଟାଣ ପଣ ବାଁ ହାତର କର୍ମ ଡାହାଣ ନିଏନା ଏକଥାଟି ସତ୍ୟ ଜାଣ ୲୲ କର୍ମ କର୍ତ୍ତବ୍ୟର ଆଳକୁ ଦେଖାଇ ଧର୍ମେ ମାରି ଆଖି ଠାର ଅଭୀଷ୍ଟ ସାଧନେ ଥାଉ ତତପର ଆଚରିଣ ପାପାଚାର ୲୲ ଠକିବାକୁ ଚାହୁଁ ସାରା ଦୁନିଆଁକୁ ସବୁକୁ ବନାଇ

  • ବାଲିଯାତ୍ରା କହେ।

    November 9, 2019

    ବାଲିଯାତ୍ରା କହେ। ବାଲିଯାତ୍ରା ହୁଏ ପଠା ଚମକାଇ କାର୍ତ୍ତିକ ପୁର୍ଣ୍ଣିମା ଦିନ। ଜନସମାଗମ ବେପାର ବାଣିଜ୍ୟ ମୋହିନିଏ ଜନମନ। ଭଳିଭଳି ଚିଜ ଗୃହପୋକରଣ ଦୋଳି ଠାରୁ ଖାଦ୍ୟପେୟ। କୋଟି କୋଟି ଟଙ୍କା ନେଣ ଦେଣ ହୁଏ ଓଡ଼ିଶାର ଭାରି ପ୍ରିୟ। କେତେ ପ୍ରଶ୍ନ ଉଠେ ବାଲିଯାତ୍ରା ମନେ କହିଯାଏ କାନେ କାନେ। ସ୍ମୁତିଟିଏ କିବା ଆମ ଅତୀତର କାନ୍ଦେ ଆଜି ଅଭିମାନେ। ଶହେରୁ ଶତୁରୀ ବିଦେଶୀ ଦରବ ବାଲିଯାତ୍ରାରେ ମିଳଇ। ବିଦେଶକୁ ଯାଏ ଆମରି ପଇସା ଆମେ ରହିଅଛୁ ଚାହିଁ। ସାଧବ ପୁଅର

  • ଆମେ କାହିଁକି ପାରିବାନି ?

    October 24, 2019

    ଆମେ କାହିଁକି ପାରିବାନି ? ଜାପାନ ଦେଶର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ କାହାଣୀଟି ୲ ଘରଟି ବଢନ୍ତା ପରିବାର ପାଇଁ ଛୋଟ ପଡୁଥିଲା ୲ ଘରଟିକୁ ଭାଙ୍ଗି ଆଉ ଟିକିଏ ବଢ଼େଇବା ପାଇଁ ମନସ୍ଥ କରି ଘର ମାଲିକ ଘରଟିକୁ ଭାଙ୍ଗିବା ଆରମ୍ଭ କଲେ ୲ ଭୂମିକମ୍ପ ଦାଉରୁ ରକ୍ଷା ପାଇବା ପାଇଁ ଜାପାନର ଅଧିକାଂଶ ଘର କାଠରେ ତିଆରି ୲ ଦୁଇ ପଟ କାନ୍ଥ ମଝିରେ କିଛିଟା ଫାଙ୍କା ରହିଥାଏ ୲ ଘର ଭାଙ୍ଗିବା ସମୟରେ ଜାପାନୀ

  • ସର୍ବ ହିତମୟ ସିଏ

    October 23, 2019

    ସର୍ବ ହିତମୟ ସିଏ ଈର୍ଷାନ୍ବୀତ ଚିତ୍ତ କ୍ରୋଧବଶେ ମତ୍ତ ଆପଣା ଇଚ୍ଛା ପଣ୍ଡିତ, ସ୍ବକୃତି ବିନାଶେ ସ୍ବୀକୃତି ପ୍ରୟାସେ ନିଜସ୍ୱ ଭାବ ଇଙ୍ଗିତ. ୦. ବୁଦ୍ଧିରେ କୁଶଳ ଶୁଦ୍ଧିରେ ନିସ୍ଫଳ ବାହୁବଳୀ କି’ବା ଜ୍ଞାନୀ, ଅନ୍ଧବଶେ ଦ୍ବନ୍ଦ ପ୍ରକୃତି ଉଦ୍ଗାର ଆପ’ଇଚ୍ଛା ମହାମାନୀ. ୧. ସନ୍ଧି ଖୋଜୁଥିବା ଦ୍ବନ୍ଦିତ ମନଟି ପିନ୍ଧିଲେ ସୁନା କୁଣ୍ଡଳ, ଆପେ ବୋଲାଇବା ଅାଦ୍ଯ ଦିଗଦନ୍ତି ସ୍ବର୍ଗର ମୁଁ’ ଆଖଣ୍ଡଳ. ୨. ସାମାନ୍ୟ’ରେ ମାନ୍ଯ ହରାଇବା ଧନ୍ଯ ବିବେକୀ ଜନ’ର ଗୁଣ, ସଚ୍ଚା ସାହିତ୍ୟିକ ମୁଁ’ ଏକା ନାୟକ

  • ବଉଳାର ଚିଠି

    October 23, 2019

    ବଉଳାର ଚିଠି : ନିଶ୍ଚୟ ପଢନ୍ତୁ l ସ୍ନେହର ବାବୁ.. ମୋର ସ୍ନେହ ନେବୁ । ଦୁଇ ଦିନ ହେବ ମୋତେ ଖୋଜୁଥିବୁ । ଆଜି ତୋ ଠୁଁ ବହୁ ଦୂରରେ । ଆଶା ଏ ଚିଠିଟି ତୋ ପାଖରେ ପହଞ୍ଚିପାରିବ । ଯଦି ପହଞ୍ଚି ନ ପାରିଲା, ତାହା ମୋ ଆଉ ତୋ ଭାଗ୍ୟର ବିଡ଼ମ୍ବନା ବୁଝିନେବୁ । ସୋମବାର ସକାଳୁ ଆମ ମାଲିକ ଗଙ୍ଗାବାବୁ ମୋ ଠୁଁ କ୍ଷୀର ଦୁହିଁ ସାରିଲା ପରେ , ତୋ ଠୁ ମୋତେ ଅଲଗା

  • ଅଖିଳ ଭାରତୀୟ ସନ୍ଥ ସମାଜ ଦ୍ଵାରା ରବି ଆଚାରି ସମ୍ବର୍ଦ୍ଧିତ

    October 12, 2019

    ସମାଜ ସେବୀ ଓ ଗୋ ରକ୍ଷା ସକାଶେ ରାୟଗଡ଼ା ଜିଲ୍ଲାର ରବି ଆଚାରି ସମ୍ବର୍ଦ୍ଧିତ ଗୋ ରକ୍ଷା ,ହିନ୍ଦୁ ଧର୍ମ ର ସୁରକ୍ଷା ତଥା ମଠ ମନ୍ଦିର ସୁରକ୍ଷା ନିମନ୍ତେ ଅବିରତ ଭାବେ କାର୍ଯ୍ୟ କରୁଥିବା ରାୟଗଡା ଜିଲ୍ଲା ଗୁଣପୁର ର ସମାଜ ସେବୀ ରବୀନ୍ଦ୍ର ଆଚାରି ଙ୍କୁ ଆଜି ଭୁବନେଶ୍ୱର ରେ ଯୋଗ କ୍ରିୟା ଆଶ୍ରମ ରେ ଆୟୋଜିତ ଅଖିଳ ଭାରତୀୟ ସାଧୁ ସନ୍ଥ ସମ୍ମିଳନୀ ରେ 300 ରୁ ଉର୍ଦ୍ଧ୍ବ ସାଧୁ ସନ୍ଥ ଙ୍କ ଉପସ୍ଥିତ ରେ ସଭାପତି ସ୍ୱାମୀ

  • ମାଗୋ ଶୈଳପୁତ୍ରୀ

    September 30, 2019

    ମାଗୋ ଶୈଳପୁତ୍ରୀ ଶୈଳପୁତ୍ରୀ, ଶିଦ୍ଧି ଦାତ୍ରୀ, ପ୍ରଣତି ପାଦତଳେ, ମାଁ ଭବାନୀ, ଯାଜ୍ଞସେନୀ, ବିଦିତା ଭୂମଣ୍ଡଳେ. ୦. ନବରାତ୍ରୀ ଆଦ୍ଯେ ପାଉ ପୂଜା, ବୃଷାଋଢ଼ା ମାଗୋ ଦିବ୍ୟତେଜା, ନବଯୁବା, ସ୍ବର୍ଣ୍ଣପ୍ରଭା, ଦଣ୍ଡ କମଣ୍ଡଳୁ ଧାରୀ କରେ………… ୧. ତ୍ରିଶୁଳ ଧାରିଣୀ ଦ୍ବିଭୂଜା ମାଁ, କାୟା ପ୍ରକଟିତା ଭୂମି ଭୂମା, ଶୁଭ୍ରବସ୍ତ୍ରା, ପାଶହସ୍ତା, ହର୍ଷମୁଖେ ଉଭା ଧରାପରେ………… ୨. ଭବାନୀ ଶଙ୍କର ମନୋହାରୀ, ଗଣେଶ ଜନନୀ ମାହେଶ୍ଵରୀ, ଭୟହାରୀ, ଉପକାରୀ, ମୋହିତ ମାଁ ଭକତ ଭକ୍ତି ବଳେ……… ୩. ଶକ୍ତି ସ୍ୱରୂପିଣୀ ମୁକ୍ତିଦାତ୍ରୀ, ଭକ୍ତି

prev next

Recent Posts

  • କାଳତ ଧରୁଛି ବାଳ
  • ସତରେ କେତେ ଯେ ମହାନ

Connect With Us

My CMS

Copyright © 2019 My CMS

Ad Blocker Detected

Our website is made possible by displaying online advertisements to our visitors. Please consider supporting us by disabling your ad blocker.

Refresh