ପୁରୀ ପୁସ୍ତକ ମେଳା କମିଟି ଓ ପ୍ରୟାସ ତରଫରୁ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାମଂଚ ଶରଧା ବାଲି ପୁରୀଠାରେ ଶ୍ରୀକ୍ଷେତ୍ର ସୌରଭ ସମ୍ମାନ ସଭା ଅନୁଷ୍ଠିତ ହୋଇଯାଇଛି । ଅନାମ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ପୁରୀର ଉଦିୟମାନ ବିଜେପି ଯୁବ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ବିଭାଗ ଅଧ୍ୟାପକ ଡଃ ପ୍ରଭାତ କୁମାର ସାହୁଙ୍କୁ ଶ୍ରୀକ୍ଷେତ୍ର ସୌରଭ ସମ୍ମାନ 2019 ରେ ସମ୍ମାନିତ କରାଯାଇଥିଲା । ଏହି ସଭାରେ ସମ୍ପାଦକ ପ୍ରଦ୍ଯୁମ ମିଶ୍ର,ବିଇଓ ମମତା ମିଶ୍ର ,ଯୁବ ଆବାହକ ସମୀର କୁମାର ପଟ୍ଟନାୟକ ଉପସ୍ଥିତ ରହିଥିଲେ ।
ପୁରୀ ପୁସ୍ତକ ମେଳା
July 13, 2019