କେନ୍ଦୁଝର ରେ ପାଳିତ ହୋଇଯାଇଛି ଦୋଳ ପୂର୍ଣ୍ଣିମା । ଗତକାଲି ରାତିରେ ଯଥା ରିତୀ ଅନୁସାରେ ଠାକୁର ମାନଙ୍କର ମିଳନ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ପୁରୁଣା ସହର ବଳଦେବଜିଉ ମନ୍ଦିର ରୁ ବିମାନ ଯୋଗେ ବାହାରି ବଡଶାସନ କୁ ଆସିଥିଲେ । ଠାକୁର ଙ୍କ ଆସିବା ରାସ୍ତାରେ ବହୁତ ଭକ୍ତ ଧୂପ ଦୀପ ଜାଳି ଘଂଟ, ଶଙ୍ଖ ବଜାଇ ଠାକୁରଙ୍କୁ ସ୍ୱାଗତ କରିଥିଲେ । ତାପରେ ବଡଶାସନ ମଣ୍ଡପରେ ସବୁଦିଗରୁ ଆସିଥିବା ଠାକୁର ମାନଙ୍କର ପୂଜା ଅର୍ଚ୍ଚନା ଯଥା ରୀତି ଅନୁସାରେ ସମ୍ମାପନା ହୋଇଥିଲା । ତାପରେ ଠାକୁରଙ୍କର ଅଭିରରେ ହୋଲି ଖେଳିଥିଲେ ତାପରେ ପ୍ରସାଦ ବଂଟନ ହୋଇଥିଲା । ବହୁ ଧୁମଧାମରେ ଦୋଳ ପୂର୍ଣ୍ଣିମା ପାଳନ କରିଥିଲେ । ଏହା ରାଜା ରାଜୁଡା ସମୟରୁ ବର୍ତମାନ ସୁଧା ଯଥା ରୀତି ଅନୁସାରେ ପାଳିତ ହୋଇଆସୁଅଛି ।
କେନ୍ଦୁଝର ରେ ପାଳିତ ହୋଇଯାଇଛି ଦୋଳ ପୂର୍ଣ୍ଣିମା
March 1, 2018