ଆସନ୍ତା ଦୀପାବଳି ଅବସରରେ ଦେଶର ଜଣାଶୁଣା ହୀରା ବ୍ୟବସାୟୀ ସାବଜୀ ଢୋଲକିଆ ତାଙ୍କର ୬ଶହ ଜଣ କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ କାର ଉପହାର ଦେବେ । ହରେକୃଷ୍ଣ ଏକ୍ସପୋର୍ଟ କମ୍ପାନୀର ୨୫ ବର୍ଷ ହେବ କାର୍ଯ୍ୟ କରୁଥିବା ୩ଜଣ କର୍ମଚାରୀଙ୍କୁ ୩ କୋଟି ଟଙ୍କା ବ୍ୟୟରେ ୩ଟି ମର୍ସିଡିଜ ବେଂଜ କାର ଉପହାର ଦେଇ ଚର୍ଚ୍ଚାରେ ରହିଥିଲେ । ଏହା କମ୍ପାନୀର ଏକ ବାର୍ଷିକ ପରମ୍ପରାରେ ପରିଣତ ହୋଇଛି । ନିଜର ଜଣେ ସମ୍ପର୍କୀୟଙ୍ତକ ଠାରୁ କିଛି ଟଙ୍କା ଆଣି ବ୍ୟସାୟ ଆରମ୍ଭ କରିଥିବା ଶ୍ରୀ ଢୋଲକିଆ ନିଜର ଉଦ୍ୟମ ସହିତ କର୍ମଚାରୀମାନଙ୍କ ପରିଶ୍ରମ ଯୋଗୁଁ ସଫଳ ହୋଇପାରିଛନ୍ତି ବୋଲି କୁହନ୍ତି ।
କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ କାର ଉପହାର
October 26, 2018